Welcome to Social Welfare Association, Gamein - SWAG - An Expression of Attitude and Confidence

Sunday, 17 August 2025

ଗମେଇଁ ଗାଁରେ ପାଳିତ ହେଲା ସ୍ୱାଧୀନତା ଦିବସ: ଛାତ୍ରଛାତ୍ରୀ ମାନଙ୍କୁ ମିଳିଲା ପୁରସ୍କାର


ନୟାଗଡ଼ ୧୫/୦୮: ନୟାଗଡ଼ ଜିଲ୍ଲା ଗମେଇଁ ଗ୍ରାମରେ ୭୯ତମ ସ୍ୱାଧୀନତା ଦିବସ ଉତ୍ସବ ଆନନ୍ଦୋତ୍ସବର ସହିତ ପାଳିତ ହୋଇଯାଇଛି । ସାମାଜିକ କଲ୍ୟାଣ ସଂଗଠନ ଗମେଇଁ ବା ସୋସିଆଲ୍‌ ୱେଲଫେର୍ ଆସୋସିଏସନ୍ ଗମେଇଁ (ସ୍ୱଗ) ତରଫରୁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା l ବାଲୁଙ୍କେଶ୍ୱର ଉଚ୍ଚବିଦ୍ୟାଳୟ ଗମ୍ବରୀଡିହି ଓ ଗମେଇଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛତ୍ରୀ ମାନେ ଏହି ଉତ୍ସବରେ ଭାଗନେଇ ଜାତୀୟ ସଂଗୀତ ଓ ବିଭିନ୍ନ ଦେଶାତ୍ମକ ବୋଧ ସଂଗୀତ ଗାନ କରିଥିଲେ l ଦୁଇ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ପ୍ରକାଶ କୁମାର ସାହୁ ଓ ଶ୍ରୀ ବିପିନ ବିହାରୀ ଦାସ କାର୍ଯ୍ୟକ୍ରମର ଅତିଥି ବବେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ l ଗ୍ରାମର ଜଣେ ବୟଯ୍ୟଷ୍ଠ ବ୍ୟକ୍ତି ଶ୍ରୀ ଦୟାନିଧି ସ୍ୱାଇଁ ଙ୍କ ଦ୍ୱାରା ଜାତୀୟ ପତାକା ଉତ୍ତାଳନ କରାଯାଇଥିଲା l



ପ୍ରତିବର୍ଷ ସ୍ୱାଧୀନତା ଦିବସ ଓ ସ୍ୱତନ୍ତ୍ରତା ଦିବସ ବଡ ସମାରୋହ ରେ ପାଳନ କରି ଆସୁଛନ୍ତି ସ୍ୱଗ ର ସଦସ୍ୟମାନେ। ସ୍ୱତନ୍ତ୍ରତା ଦିବସ ରେ ବିଭିନ୍ନ ପ୍ରତିଯୋଗିତା କରି ପୁରସ୍କାର ବିତରଣ ଓ ସ୍ୱାଧୀନତା ଦିବସ ରେ ବିଭିନ୍ନ ଶ୍ରେଣୀରେ (ପ୍ରଥମ ରୁ ଦଶମ) ସର୍ବାଧିକ ନମ୍ବର ରଖିଥିବା (ପ୍ରଥମ ଓ ଦ୍ଵିତୀୟ) ସ୍ଥାନ ର ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ସହିତ ମାନପତ୍ର ପ୍ରଦାନ କର ଯାଉଛି l  ଏହିବର୍ଷ ସ୍ୱାଧୀନତା ଦିବସ ଅବସରରେ, ସ୍ବର୍ଗତ ଶ୍ରୀ ତ୍ରିନାଥ ମହାପାତ୍ରଙ୍କ ପବିତ୍ର ସ୍ମୃତି ରେ “ତ୍ରିନାଥ ମହାପାତ୍ର ସ୍ମାରକୀ ମେଧାବୀ ପୁରସ୍କାର ଘୋଷଣା କରିଥିଲେ ତାଙ୍କର ନାତି ଶ୍ରୀ ନିରଞ୍ଜନ ମହାପାତ୍ର  ଯେ କି ପେସାରେ ଜଣେ ଗ୍ରନ୍ଥାଗାରୀକ l ଏହି ପୁରସ୍କାର ପ୍ରତିବର୍ଷ ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷାରେ ସର୍ବାଧିକ ନମ୍ବର ରଖିଥିବା ଗ୍ରାମର ଛାତ୍ରଛାତ୍ରୀ ମାନଙ୍କୁ ଦିଆଯିବ ଯାହାଦ୍ୱାରା ଅନ୍ୟ ପିଲାମାନଙ୍କୁ ଭଲ ପାଠ ପଢିବା ଓ ଉତ୍ତମ ଶିକ୍ଷା ପାଇଁ ପ୍ରେରଣା ମିଳିପାରିବ ବୋଲି ଶ୍ରୀ ମହାପାତ୍ର  କହିଛନ୍ତି l  ଶ୍ରୀ ଓମ ପ୍ରକାଶ ସାହୁ (ଦଶମ) ଓ କୁମାରୀ ରିମା ନାୟକ (ଦ୍ୱାଦଶ) ଙ୍କୁ ଚଳିତ ବର୍ଷି ପାଇଁ ତ୍ରିନାଥ ମହାପାତ୍ର ସ୍ମାରକୀ ମେଧାବୀ ପୁରସ୍କାର ୨୦୨୫ ପ୍ରଦାନ କରାଗଲା l ସମାରୋହରେ ୧ରୁ ୧୦ଶ୍ରେଣୀ ପର୍ଯ୍ୟନ୍ତ ପ୍ରତିଟି କ୍ଲାସର ପ୍ରଥମ ଓ ଦ୍ୱିତୀୟ ସ୍ଥାନାଧିକାରୀଙ୍କୁ ପୁରସ୍କାର ପ୍ରଦାନ କରାଗଲା। ପୁରସ୍କାର ଗୁଡିକ ଗ୍ରାମର ଯୁବ ସଭାପତି ଶ୍ରୀ ଅକୃର ନାୟକ ଓ ଅତିଥି ମାନଙ୍କ ଦ୍ୱାରା ବିତରଣ କରାଯାଇଥିଲା l


ଗମେଇଁ ଗ୍ରାମର ଯୁବକ ମାନଙ୍କ ଦ୍ୱାରା ଗତ ଦୁଇ ବର୍ଷ ଠାରୁ ଏକ ସାମାଜିକ କଲ୍ୟାଣ ସଂଗଠନ ଗଢି ଉଠିଛି, ଯେଉଁ ମାନେ କି ଗ୍ରାମର ବିଭିନ୍ନ ଉନ୍ନତି ମୂଳକ କାଯ୍ୟରେ ସହଯୋଗ କରି ଆସୁଛନ୍ତି l ବୃକ୍ଷ ରୋପଣ, ପରିବେଶ ସଫା, ଗ୍ରାମର ସୌନ୍ଦଯ୍ୟକରଣ, ନିଶା ନିବାରଣ, ଗରିବ ଲୋକଙ୍କୁ ସାହାଯ୍ୟ, ଶିକ୍ଷା ଓ ସ୍ୱାସ୍ଥ୍ୟ ଆଦି ଉପରେ କାର୍ଯ୍ୟ କରିଆସୁଛି ଏହି ସଂଗଠନ l ସେମାନଙ୍କର ସ୍ଲୋଗାନ "ସ୍ୱଗ ର ପ୍ରତିଶୃତି, ଗାଁ ର ଉନ୍ନତି " l ଗ୍ରାମର ଯୁବକମାନେ ଦୂରଦୂରାନ୍ତରେ ରହୁଥିଲେ ମଧ୍ୟ ପପ୍ରତ୍ୟକ ସପ୍ତାହରେ ଅନଲାଇନ ବୈଠକ ମାଧ୍ୟ୍ୟମରେ ଗ୍ରାମର ଅସୁବିଧାମାନ ଚର୍ଚ୍ଚା ହୁଏ ଏବଂ ଗ୍ରାମରେ ରହୁଥିବା ସଦସ୍ୟମାନେ ଦ୍ୱାରା ଏହାକୁ ଯଥା ସମ୍ଭବ ସମାଧାନ କରାଯାଇଥାଏ l ସ୍ୱଗର ସଦାଷୟମାନେ ପ୍ରତି ମାସରେ କିଛି କିଛି ଆର୍ଥିକ ସହାୟତା କରି ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ଗ୍ରାମର ଉନ୍ନତିରେ ନିଜର ଯୋଗଦାନ କରିଆସୁଛନ୍ତି  l ଗ୍ରାମର ଭଣ୍ଡାରେଶ୍ୱର ପର୍ବତ ଉପରେ ବିଜେ ଶ୍ରୀ ଶ୍ରୀ ଗିରିଗୋବର୍ଧନ ମନ୍ଦିର କୁ ପାହାଚ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛନ୍ତି ଏହି ସଂଗଠନର ଯୁବକ ମାନେ l ଏହାଦ୍ୱାରା ଗ୍ରାମକୁ ସୌନ୍ଦଯ୍ୟକରଣ କରିବା ସହିତ ଏକ ପର୍ଯ୍ୟଟନ ସ୍ଥଳ କରାଯାଇପାରିବ ବୋଲି ସ୍ୱଗ ର ପୂର୍ବତନ ସଭାପତି ଶ୍ରୀ ଲୋକନାଥ ମହାପାତ୍ର କହିଛନ୍ତି l  ଅସମ୍ଭବ କୁ ସମ୍ଭବ କରିବାର ପ୍ରଚେଷ୍ଟା ପାଇଁ ସ୍ୱଗ କୁ ଗ୍ରାମବାସୀମାନେ ଓ ବିଭିନ୍ନ ମହଲରୁ ପ୍ରଶଂସା କରାଯାଉଛି  l

 

















  




 

Wednesday, 2 October 2024

ସ୍ୱଚ୍ଛତା ହିଁ ସେବା : ଗାନ୍ଧୀଜୟନ୍ତୀ ଅବସରରେ ସାମାଜିକ କଲ୍ୟାଣ ସଂଗଠନ ଗମେଇଁ (SWAG) ର ସମାଜ ସେବା


ସ୍ୱଚ୍ଛତା ହିଁ ସେବା : ଗାନ୍ଧୀଜୟନ୍ତୀ ଅବସରରେ ସାମାଜିକ କଲ୍ୟାଣ ସଂଗଠନ ଗମେଇଁ (SWAG) ର ସମାଜ ସେବା

ଗମେଇଁ  (୦୨/୧୦/୨୦୨୪): SWAG ସଂଗଠନର ସଦସ୍ୟମାନେ ଏକ ଅତ୍ୟନ୍ତ ପ୍ରଶଂସନୀୟ କାର୍ଯ୍ୟରେ ଲାଗିଥିଲେ, ଯାହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଗମେଇଁ ଗାଁ  ମଝିକନ୍ଦି ରାସ୍ତା ଉପକୂଳ ନାଳାର ପରିସ୍କାର କରିବା । ନାଳାରେ ଜମା ହୋଇଥିବା କଠିନ ଅର୍ବଜନା, ଗନ୍ଧ, ତଥା ଅନ୍ୟାନ୍ୟ କଚରାକୁ ହଟାଇବାର ଏହି ପ୍ରଚେଷ୍ଟା ସ୍ଥାନୀୟ ଲୋକମାନଙ୍କ ସୁସ୍ଥ ଜୀବନର ପ୍ରବାହ ତିଆରି କରିବାର ନିମନ୍ତେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା। ସେଥିପାଇଁ, ଗାଁ ମଝିକନ୍ଦି  ସଡ଼କ ପାଖ ନାଳା ପରିସ୍କାର କରିବାପାଇଁ ଅକ୍ଟୋବର ୨ ତାରିଖ ଦିନ ସକାଳ ୭ ଘଟିକା ଠାରୁ ୧୦ ଘଟିକା ପର୍ଯ୍ୟନ୍ତ  ଗାନ୍ଧୀ ଜୟନ୍ତୀ ଅବସରରେ ସାମାଜିକ କଲ୍ୟାଣ ସଂଗଠନ ଗମେଇଁ (SWAG) ର ସଦସ୍ୟ ମାନେ ଅଣ୍ଟା ଭିଡ଼ିଥିଲେ l 


SWAG ସଂଗଠନର ସଦସ୍ୟମାନେ ନାଳାକୁ ଯଥାର୍ଥ ଭାବେ ପରିସ୍କାର କରିବା ପରେ ବ୍ଲିଚିଂ ପାଉଡର୍ ଛିଞ୍ଚନ କରି ଜୀବାଣୁ ନିମୂଳନର କାର୍ଯ୍ୟ କରିଥିଲେ। ଏହା ରୋଗ-ବ୍ୟାଧିକୁ ରୋକି ଏକ ସୁସ୍ଥ ପରିବେଶ ତିଆରି କରିବାର ଏକ ପ୍ରାୟାସିକ ଅଭିଯାନ ରୂପେ ପ୍ରଶଂସା ସଂଗ୍ରହ କରିଛି। ଗାଁର ଲୋକମାନଙ୍କ ମତାନୁସାରେ, ଏହି ପଦକ୍ଷେପ ତାଙ୍କ ପରିବେଶ ଉନ୍ନତ କରିବାରେ ଅସାଧାରଣ ଭୂମିକା ଗ୍ରହଣ କରିଛି।


SWAG ସଂଗଠନ ପ୍ରତିଶୃତି : ସମାଜ ସେବା ଦ୍ୱାରା ଗାଁର ଉନ୍ନତି :

ଏହି କାର୍ଯ୍ୟକ୍ରମ କାଳରେ, SWAG ସଂଗଠନର ସଦସ୍ୟମାନେ ଲୋକମାନଙ୍କୁ ଜାଗୃତ କରିବା ଏବଂ ସ୍ୱଚ୍ଛତାର ମହତ୍ତ୍ୱ ବିଷୟରେ ସଚେତନ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ଗ୍ରାମବାସୀମାନେ ମଧ୍ୟ ଏହି ଉଦ୍ୟମରେ ସମିଳିତ ହୋଇ, ତାଙ୍କର ସମ୍ପୂର୍ଣ୍ଣ ସହଯୋଗ ଯୋଗାଇଥିଲେ। ଏହା ସ୍ଥାନୀୟ ସମ୍ପ୍ରଦାୟ ମଧ୍ୟରେ ଏକ ସୁଦୃଢ଼ ସଂଘଟିତ ଭାବନା ତିଆରି କରିଛି।

ସେବାର ପ୍ରଭାବ:

ସଂଗଠନର ପ୍ରୟାସ ଫଳରୂପେ, ଗମେଇଁ ଗ୍ରାମର ମଝିକନ୍ଦି ରାସ୍ତା, ନାଳା ଏବଂ ତାହାର ଚାରିପାଖରେ ଏକ ସୁନ୍ଦର ଓ ସୁସ୍ଥ ପରିବେଶ ତିଆରି ହୋଇଛି। ଏହି ପ୍ରଚେଷ୍ଟା ବୁଦ୍ଧିଜୀବୀ  ମହଲ୍ଲ ରେ ଗ୍ରାମ ଓ ସମାଜ ସେବାକୁ ଅନ୍ୟ ସଂଗଠନମାନଙ୍କ ପାଇଁ ମଧ୍ୟ ଏକ ଦ୍ରଷ୍ଟାନ୍ତ ସ୍ଥାପନ କରିଛି।

ଉପସଂହାର:

SWAG ସଂଗଠନର ଏହି ଅସାଧାରଣ ଉଦ୍ୟମ ସମାଜ ସେବାର ପ୍ରତ୍ୟେକ ଦିଗରେ ଏକ ନୂଆ ମାନଦଣ୍ଡ ସ୍ଥାପନ କରିଥିଲା। ଏହି ଉଦ୍ୟମ ଆଗାମୀ ଦିନରେ ଆଉ ବଡ଼ ପରିବର୍ତ୍ତନକୁ ଆଣିବାର ପ୍ରେରଣା ଦେଇଛି। ସ୍ବଚ୍ଛ ଓ ସୁସ୍ଥ ସମାଜ ଗଢ଼ିବାକୁ ଯଦି ସମସ୍ତେ ଏକତ୍ରିତ ହୁଅନ୍ତି, ତେବେ ଗ୍ରାମୀଣ ସ୍ତରରେ ସ୍ୱଚ୍ଛ ଭାରତ ପାଇଁ ଏକ ଶୁଭ ସୂଚନା ଭଳି ପରିଲକ୍ଷିତ ହେବ।

Monday, 21 August 2023

ସାମାଜିକ କଲ୍ୟାଣ ସଂଗଠନ, ଗମେଇଁର କାର୍ଯ୍ୟକାରୀ କମିଟି ଗଠନ

୨୦/୦୮/୨୦୨୩ ରବିବାର ଦିନ ସାମାଜିକ କଲ୍ୟାଣ ସଂଗଠନ, ଗମେଇଁ ର ତୃତୀୟ ମିଟିଂ ଅନୁଷ୍ଟିତ ହୋଇଯାଇଛି।  ମିଟିଂ ରେ ଆମ ସଂଗଠନ ର କାର୍ଯ୍ୟକାରୀ କମିଟି ଗଠନ ହୋଇଯାଇଛି।

 ସଭାପତି - ଲୋକନାଥ ମହାପାତ୍ର

 ଉପ ସଭାପତି - ବିଜୟ ସ୍ବାଇଁ

 କୋଷାଧ୍ୟକ୍ଷ - ମିଲନ ସାହୁ

 ସଂପାଦକ - ବବ୍ରୁବାହନ ସ୍ବାଇଁ

 କାର୍ଯ୍ୟକାରୀ ସଂଯୋଜକ -

ସନ୍ତୋଷ କୁମାର ସ୍ବାଇଁ, ଜନ୍ମେଜୟ ସ୍ବାଇଁ, ବିବେକାନନ୍ଦ ସାହୁ


 ସଂଯୋଜକ ମଣ୍ଡଳୀ- 

ଅନିରୁଧ ସ୍ଵାଇଁ, ଜଗନ୍ନାଥ ମହାପାତ୍ର, ଅନିରୁଧ ପ୍ରଧାନ, ନିରଞ୍ଜନ ମହାପାତ୍ର, ଆଦିକନ୍ଦ ସ୍ଵାଇଁ, ମନୋରଞ୍ଜନ ମହାପାତ୍ର


ଆଜିର ମିଟିଂ ରେ ଅନଲାଇନ-୧୫ଜଣ ଏବଂ

ଅଫଲାଇନ -୭ ଜଣ ଭାଇ ଯୋଗ ଦେଇଥିଲେ।


ବହୁତ କିଛି ଗ୍ରାମ ର ହିତ ଉପରେ ତଥା ଉନ୍ନତି ଉପରେ ମିଟିଂ ରେ ଆଲୋଚନା ହୋଇଅଛି। ଆମର ଆଗକୁ ଥିବା କୌଣସି  କାର୍ଯ୍ୟ  ସଂଗଠନର କାର୍ଯ୍ୟକାରୀ କମିଟି ଙ୍କ ନିର୍ଦ୍ଦେଶ କ୍ରମେ ଅନୁଷ୍ଟିତ ହେବ ବୋଲି ଚୁଡାନ୍ତ ହୋଇଅଛି।


ଜୟ ବାବା ଫୁଲ ଭଣ୍ଡାରେଶ୍ୱର🙏

ଜୟ ମା ଗମେଇଁଶୁଣୀ 🙏

Tuesday, 15 August 2023

ସ୍ୱାଧୀନତା ଦିବସ ଅବସରରେ ସାମାଜିକ କଲ୍ୟାଣ ସଂଗଠନ ଗମେଇଁ ତରଫରୁ ଛତ୍ରଛାତ୍ରୀ ମାନଙ୍କୁ ସମ୍ମାନିତ କରାଯାଇଛି

ପ୍ରଥମ ଥର ପାଇଁ ଦୁଇ ସ୍କୁଲ ର ଛାତ୍ର ଛାତ୍ରୀ, ସମସ୍ତ  ଗୁରୁଜୀ, ଗାଁ ର ସମସ୍ତ ଯୁବକ ଭାଇ ଏବଂ ଗ୍ରାମବାସୀ ଙ୍କ ଉପସ୍ଥିତି ରେ ଏ ଭଳି ଗୋଟିଏ ମହତ କାର୍ଯ୍ୟ ଗାଁ ର ଇତିହାସ ରେ ଲିପିବଦ୍ଧ ହୋଇ ରହିଗଲା। 
















ଗମେଇଁ ଗାଁରେ ପାଳିତ ହେଲା ସ୍ୱାଧୀନତା ଦିବସ: ଛାତ୍ରଛାତ୍ରୀ ମାନଙ୍କୁ ମିଳିଲା ପୁରସ୍କାର

ନୟାଗଡ଼ ୧୫/୦୮: ନୟାଗଡ଼ ଜିଲ୍ଲା ଗମେଇଁ ଗ୍ରାମରେ ୭୯ତମ ସ୍ୱାଧୀନତା ଦିବସ ଉତ୍ସବ ଆନନ୍ଦୋତ୍ସବର ସହିତ ପାଳିତ ହୋଇଯାଇଛି । ସାମାଜିକ କଲ୍ୟାଣ ସଂଗଠନ ଗମେଇଁ ବା ସୋସିଆଲ୍‌...